ପାଣି ପ୍ରଦାନରେ ଦୁର୍ନିତୀ ଅଭିଯୋଗ

ସମ୍ବଲପୁର  – ସମ୍ବଲପୁର ଜିଲାର ଲୁହାପଙ୍କ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନିତୀ କରିଥିବାର ଅଭିଯୋଗ ପଞ୍ଚାୟତ ସମିତିର ସମସ୍ତ ୱାର୍ଡ ସଭ୍ୟ ଓ ସମିତି ସଭ୍ୟ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଜିଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ର ଅନୁଯାୟୀ, ଗତ ମାର୍ଚ୍ଚ ୩୦ ତାରିଖରେ ମାସିକ ବୈଠକରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚଞ୍ଚକତାର ସହିତ ବିଲ ପାସ କରାଇ ନେଇଛନ୍ତି । ୱାର୍ଡ ସଭ୍ୟ ଓ ସଭ୍ୟା ଙ୍କ ଦସ୍ତଖତ ନେବା ପରେ ଆୟବ୍ୟୟ ଲେଖିବା ଏବଂ ନିଜର ସ୍ୱଇଚ୍ଛାରେ ଟ୍ରାକ୍ଟର ଲଗାଇ ନିଜର ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଣ କରୁଛନ୍ତି । ଏ ସର୍ମ୍ପକରେ ବିଡିଓ ଙ୍କୁ ଜଣାଇବା ସତ୍ୱେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ପ୍ରଦତ୍ତ ଦାବିପତ୍ରରେ ଜିତେନ ହେମ୍ରମ, ସଶ୍ମିତା ବେହେରା, ଗୀତାଞ୍ଜଳି ସୁହୁଲା, ସନ୍ତୋଷିନୀ ମହାରଣା, ହୃଦୟାନନ୍ଦ ବେହେରା, ସନ୍ତୋଷ କୁମାର ପୃଷ୍ଟି, ମିନତୀ ମହାନନ୍ଦିଆ, ଦୁଷ୍ମନ୍ତ ନାୟକ ପ୍ରମୁଖ ଙ୍କ ଦସ୍ତଖତ ରହିଛି ।

Comments are closed.