ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ହଟିଲା କଟକଣା

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦ୍ୱାରା ଗଠିତ ବିସିସିଆଇ ପ୍ରଶାସକ ସମିତି ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲଙ୍କ ଉପରୁ କଟକଣା ହଟାଇ ଦେଇଛନ୍ତି। ସିଓଏ ଓ ବିଚରାପତି ପିଏଏସ୍‍ ନରସିହ୍ମାଙ୍କ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ‘କଫି ଉଇଥ୍‍ କରଣ’ ସୋ’ରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଖେଳାଳି ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବିସିସିଆଇ ଘଟଣାର ତଦନ୍ତ ପର୍ଯ୍ୟନ୍ତ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା। ଯାହାଫଳରେ ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ସିରିଜର ଅଧାରୁ ଫେରିଆସିଥିଲେ।
ସୁପ୍ରିମକୋର୍ଟରେ ଏହି ମାମଲା ଫେବୃଆରୀ ୫ ତାରିଖରେ ଶୁଣାଣି କରାଯିବ। ୧୧ ତାରିଖରୁ ଦୁଇ ଖେଳାଳିଙ୍କ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଥିବା ବିସିସିଆଇ ପ୍ରେସ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି। ନିଲମ୍ବନ ହଟିବା ପରେ ଦୁଇ ଖେଳାଳି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇପାରିବେ।

Leave A Reply