ପଣ୍ଡିତ ଗୋବିନ୍ଦ ରଥଙ୍କ ୧୭୨ତମ ଜୟନ୍ତୀ ପାଳିତ

ବାଙ୍କୀ : ଗୁରୁବାର ବିପ୍ଲବୀ କବି ତଥା ସମାଜ ସଂସ୍କାରକ ପଣ୍ଡିତ ଗୋବିନ୍ଦ ରଥଙ୍କ ୧୭୨ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଗୋବିନ୍ଦ ରଥ ଫାଉଣ୍ଡେସନ ବାଙ୍କୀ ଶାଖା ଓ ସମ୍ବାଦ ସାହିତ୍ୟ ଘରର ମିଳିତ ସହଯୋଗରେ ସଂକ୍ଷିପ୍ତ ଭାବରେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗୋବିନ୍ଦ ରଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗୋବିନ୍ଦ ରଥ ଫାଉଣ୍ଡେସନର ବାଙ୍କୀ ଶାଖା ସଦସ୍ୟ ବିଦ୍ୟାଧର ଖଟୁଆଙ୍କ ଆବାହକତ୍ୱରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ କେଶବ ଚନ୍ଦ୍ର ବେହେରା ଯୋଗଦେଇ ପଣ୍ଡିତଙ୍କ ସ୍ମୃତି ଚାରଣ କରିବା ସହିତ ବାଙ୍କୀ ମାଟିର ଗର୍ବ ଓ ଗୌରବକୁ ଓଡିଶା ଭୂଖଣ୍ଡରେ ପରିଚିତ କରିବାରେ ଗୋବିନ୍ଦ ରଥଙ୍କର ଅବଦାନ ଓ ଜାତୀୟତା ବୋଧ ପାଇଁ ବାଙ୍କୀ ଗର୍ବିତ ବୋଲି ପ୍ରକାଶ କରିଥିଲେ। କବି ପ୍ରକୃତିବନ୍ଧୁ ରମାକାନ୍ତ ଭଞ୍ଜ,ଅକ୍ଷୟ କୁମାର ଭଟ୍ଟ,ଅକ୍ଷୟ କୁମାର ସାମଲ,ଗୌରାଙ୍ଗ ବେହେରା,ଲଲାଟେନ୍ଦୁ ପଣ୍ଡା,କଂଗ୍ରେସ ରଣା,ଚିତ୍ତରଞ୍ଜନ ମହାପାତ୍ର,ପ୍ରଦୀପ କୁମାର ଜେନା ପ୍ରମୁଖ ଯୋଗଦେଇ ଗୋବିନ୍ଦ ରଥଙ୍କର ସ୍ମୃତିଚାରଣ କରିଥିଲେ।

Comments are closed.