www.samajalive.in
Sunday, December 14, 2025
14.1 C
Bhubaneswar

ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

କରୋନାରେ ଆକ୍ରାନ୍ତ ହୋଇ ପୁରୀ ଆଇଡ଼ିଏଚ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ

ସମସ୍ତଙ୍କ ଅତି ପରିଚିତ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସଙ୍କ କଣ୍ଠସ୍ୱର ଆଉ ଶୁଣିବାକୁ ମିଳିବ ନାହିଁ। କରୋନାରେ ଆକ୍ରାନ୍ତ ହୋଇ ପୁରୀ ଆଇଡ଼ିଏଚ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ପ୍ରବଚକ ଚାରଣ ରାମ ଦାସଙ୍କ ଜଗନ୍ନାଥ ସଂସ୍କୃତି ସମେତ ଧର୍ମ ଓ ପୁରାଣ ଶାସ୍ତ୍ର ଉପରେ ପ୍ରଗାଢ ଜ୍ଞାନ ଥିଲା ଓ ସେ ଅତ୍ୟନ୍ତ ସାବଲୀଳ ଭାବରେ ତାହା ଉପସ୍ଥାପନ କରି ଓଡ଼ିଶାର କୋଣ ଅନୁକୋଣରେ ଲୋକପ୍ରିୟ ହୋଇପାରିଥିଲେ।

- Advertisement -

ପୁରୀ ରଥଯାତ୍ରାର ସିଧାପ୍ରସାରଣରେ ଧାରାବିବରଣୀ ପ୍ରଦାନ ବ୍ୟତୀତ ତାଙ୍କ କଣ୍ଠ ନିସୃତ ଗୀତା ମହିମା, ରାମାୟଣ, ଶିବ ମହିମା, ମା ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ ଏବଂ ତ୍ରିନାଥ ମେଳା ଅତ୍ୟନ୍ତ ଲୋକପ୍ରିୟ ଅଟେ। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେ ଦେଇଥିବା ଅସଂଖ୍ୟ ପ୍ରବଚନ ଏବେ ମଧ୍ୟ ଘରେ ଘରେ ଲୋକମାନେ ଶୁଣିଥାନ୍ତି ଯେଉଁଠି ପାଇଁ ସେ ଚାରଣ ରାମଦାସ ନାମରେ ପରିଚିତ ଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories