କରୋନା ସଂକ୍ରମଣରେ ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଜେ.ଏନ୍ ପାଣ୍ଡେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସେ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ରୋଗୀ ବୋଲି ଜଣାପଡିଛି। ୭୫ ବର୍ଷିୟା ତାଙ୍କ ପତ୍ନୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଜଣେ ବରିଷ୍ଠ ଡକ୍ଟରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି।

ଶନିବାର ଦିନ ଏମ୍ସର ଡାକ୍ତରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ବିଜୟ ଗୁରୁଜାର କହିଛନ୍ତି। ସେ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ଦିଲ୍ଲୀର ସିଦ୍ଧାର୍ଥ ନାଗର ଏନକ୍ଲେଭରେ ଥିବା ଏକ ଘରେ ସେ ନିଜକୁ ଅଲଗା ରଖିଥିଲେ, କିନ୍ତୁ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.