କରୋନା ମହାମାରୀ ସାମାଜିକ ଅସମାନତା ବୃଦ୍ଧି କରିଛି – ପୋପ୍ ଫ୍ରାନ୍ସିସ୍

କରୋନା ମହାମାରୀ ସାମାଜିକ ଅସମାନତା ବୃଦ୍ଧି କରିଛି ବୋଲି କହିଛନ୍ତି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ।   ସାପ୍ତାହିକ ବାର୍ତ୍ତାରେ ପୋପ୍ କହିଛନ୍ତି ଯେ ସମସ୍ତେ ଘରୁ କାମ ନ କରିପାରିବା, କିଛି ପିଲାଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ହଠାତ୍ ବାଧାପ୍ରାପ୍ତ ହେବା ଓ ଅନ୍ୟମାନଙ୍କ ପାଇଁ ଜାରି ରହିବ ଏବଂ ଏହି ସଙ୍କଟର ମୁକାବିଲା ପାଇଁ କେତେକ ଶକ୍ତିଶାଳୀ ରାଷ୍ଟ୍ର ଅର୍ଥ ପ୍ରଦାନ କରିବା ଅର୍ଥ ହେଉଛି ଅନ୍ୟମାନଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ନ ଦେବା ସମସ୍ୟା ସୃଷ୍ଟି କରିଛି ।   କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟକ୍ରମରେ କରୋନା ମହାମାରୀର ଆର୍ଥିକ ପ୍ରଭାବକୁ ଦୂର କରିବା ପାଇଁ ଭିନ୍ନତା ପରିଲକ୍ଷିତ ହେଉଛି।


ପୋପ୍ କହିଛନ୍ତି, ‘ଅସମାନତାର ଏହି ଲକ୍ଷଣଗୁଡିକ ଏକ ସାମାଜିକ ଅସୁସ୍ଥତାକୁ ସୃଷ୍ଟି କରିଥାଏ ଏବଂ ଏହା ଦୁର୍ବଳ ଅର୍ଥନୀତିରୁ ସୃଷ୍ଟି ହୋଇଥିବା ଭୁତାଣୁ ଭଳି ଅଟେ। ଏଭଳି ଅସ୍ଥିର ଅର୍ଥନୈତିକ ବିକାଶ ମୌଳିକ ମାନବିକ ମୂଲ୍ୟବୋଧର ଅବମାନନା ବୋଲି ସେ କହିଛନ୍ତି।

Comments are closed.