ମହାମାରୀ ସମୟରେ ଏମଏସଏମଇର ବ୍ୟବସାୟିକ ପୁନରୁଦ୍ଧାର ଓ ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ହୋଇଛି

ବେଙ୍ଗାଲୁରୁ: କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ର ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବାବେଳେ ଦେଶର ରପ୍ତାନି ଓ ନିଯୁକ୍ତି କ୍ଷେତ୍ରରେ ଅନ୍ୟତମ ମୁଖ୍ୟ ଅବଦାନ ରଖୁଥିବା ଏମଏସଏମଇ କ୍ଷେତ୍ରର ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ଜରୁରୀ ହୋଇପଡିଛି । ଜୁନ୍‍ ୨୭ରେ ଏମଏସଏମଇ ଦିବସ ପାଳିତ ହେବାକୁ ଯାଉଥିବାବେଳେ ଏହି କ୍ଷେତ୍ରର ବ୍ୟବସାୟକୁ ସହଜ, ସୁଗମ କରିବା ଦିଗରେ ସହାୟତାର ହାତ ବଢାଇଛି ମାଇଁବିଲ୍‍ବୁକ । ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କିଭଳି ଆଗକୁ ବଢିବାକୁ ହୁଏ ତାହା ଏହି ମହାମାରୀ ଶିକ୍ଷା ଦେଇଛି । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ ପ୍ରଯୁକ୍ତିକୁ ଆପଣେଇବା ଦ୍ୱାରା ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ଡିଜିଟାଲରେ ରୂପାନ୍ତରିତ ହେବା ସହିତ ତାହା ଅଭିବୃଦ୍ଧି ହାସଲ କରିପାରିବ । ଏହାକୁ ହୃଦୟଙ୍ଗମ କରି ଫ୍ଲୋବିଜ୍‍ ତାହାର ଅଗ୍ରଣୀ ଉତ୍ପାଦ ମାଇଁବିଲ୍‍ବୁକ ପ୍ରଚଳନ କରିଛି । ଏହା ବ୍ୟବହାର କରିବା ଯେତିକି ସହଜ, ଏହାଦ୍ୱାରା ଖୁବଶୀଘ୍ର ବିଲିଂ କରାଯାଇପାରିବ ଏବଂ ଏଥିରେ ଆକାଉଣ୍ଟିଂ ବ୍ୟବସ୍ଥା ମଧ୍ୟ ରହିଛି । ଏହି ଆପ୍ଲିକେସନ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ସଂସ୍ଥାଗୁଡିକର ଦୈନନ୍ଦିନ କାର୍ଯ୍ୟକଳାପକୁ ଡିଜିଟାଇଜ କରି ସେ କ୍ଷେତ୍ରରେ ରୂପାନ୍ତରଣ ଆଣିବାକୁ ପ୍ରୟାସ କରୁଛି । ଡିଜିଟାଲାଇଜେସନ ଦ୍ୱାରା ଆଗାମୀ ଦଶନ୍ଧିରେ ଏମଏସଏମଇ କ୍ଷେତ୍ର ଅଭିବୃଦ୍ଧି କ୍ଷେତ୍ରରେ ପରବର୍ତ୍ତୀ ସୋପାନକୁ ଯିବା ସମ୍ଭବ ହୋଇପାରିବ ବୋଲି ଫ୍ଲୋବିଜ୍‍ ର ସହ ପ୍ରତିଷ୍ଠାତା ଏବଂ ସିଇଓ ରାହୁଲ ରାଜ କହିଛନ୍ତି ।

Comments are closed.