ଓଡିଶା ଜୀବିକା ମିଶନ କାର୍ଯ୍ୟଶୈଳୀ ଉପରେ ଜନପ୍ରତିନିଧିଙ୍କ ଅସନ୍ତୋଷ

ହରଭଙ୍ଗା ପଂଚାୟତ ସମିତି ବୈଠକ 

ହରଭଙ୍ଗା : ହରଭଙ୍ଗା ବ୍ଲକ ସରସରା ପଂଚାୟତର ସିଦ୍ଧପୁରଠାରେ ବୁଧବାର ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୯ତମ ପଂଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦାନ କରିଥିଲେ। ପ୍ରଥମେ ବ୍ଲକ ଚେୟାରମ୍ୟାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରେ ପରେ ବୈଠକରେ ପୂର୍ବ ବୈଠକର ବୀବରଶୀ ପଠନ ଓ ଅନୁମୋଦନ ବିଷୟରେ ଆଲୋଚନା କରାଯାଇଥିଲା।ଚିରାଚରିତ ପ୍ରଥା ଅନୁସାରେ ମତ୍ସ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ଉଦ୍ୟାନ ବିଭାଗ, ପିଡିଏସ, ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା ଆଦି ଉପରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା।

ଆଜିର ବୈଠକରେ ଓଡିଶା ଜୀବିକା ମିଶନ ପକ୍ଷରୁ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଯୋଗାଇ ଦିଆଯାଉଥିବା ଋଣ ଟଙ୍କା ସଠିକ ବିନିଯୋଗ ହେଉନଥିବା ସର୍ମ୍ପକରେ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଉଦବେଗ ପ୍ରକାଶ କରିଥିଲେ। ଏହା ଉପରେ ତଦାରଖ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରସ୍ତାବ ଦେଇଥିଲେ।ଆଜିର ବୈଠକରେ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ସହିତ ହରଭଙ୍ଗା ବିଡିଓ ଶ୍ମିତାରାଣୀ ରଥ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ବ୍ଲକ ଉପାଧ୍ୟକ୍ଷ ରଶ୍ମିତା ମହାକୁଡ,ଏବିଡିଓ ସୁବାଷ ଯାନୀଙ୍କ ସହିତ ସମସ୍ତ ପଂଚାୟତର ସରପଂଚ ଏବଂ ସମିତିସଭ୍ୟମାନେ ଯୋଗଦାନ କରିଥିଲେ।

 

Comments are closed.