ଅଳଗୁମ କାର୍ତ୍ତିକ ପଞ୍ଚୁକ ମେଳା ପାଇଁ ପ୍ରସ୍ତୁତି ବୈଠକ

0

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ଗତିଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ପଞ୍ଚୁକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ରୁଦ୍ରାଭିଷେକ ପରିଷଦ ପକ୍ଷରୁ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ଠାକୁରଙ୍କ ପାଞ୍ଚଦିନ ବ୍ୟାପୀ ରୁଦ୍ରାଭିଷେକ, ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ପ୍ରଦର୍ଶନୀ, ବାଲୁକା କଳା, ସାଂସ୍କୃତିକ କାର୍ୟ୍ୟକ୍ରମ, ଭଜନ କୀର୍ତ୍ତନ, ବୋଇତ ବନ୍ଦାଣ ଆଦି କାର୍ୟ୍ୟକ୍ରମ କରାଯିବ ବୋଲି ସ୍ଥିର ହୋଇଛି । ବୈଠକରେ ସଂପାଦକ ଉପେନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ବିଶ୍ବାଳ, ଯଯାତି କେଶରୀ ରାୟ, ଡ. ଯୋଗେନ୍ଦ୍ର ନାୟକ, ସଦାଶିବ ନାୟକ, ପ୍ରଧାନଶିକ୍ଷକ ପାଣ୍ଡବ ମହାରଣା, ପ୍ରମୋଦ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସତ୍ୟଜିତ ଦିକ୍ଷୀତ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply