ସରକାରୀ ଚାଉଳ ସହ ଧରାପଡିଲେ ପଞ୍ଚାୟତ ପିଅନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତର ପିଅନ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଯୋଗାଣ ସହାୟକ ଲକ୍ଷ୍ମୀ ଧର ମହାନ୍ତ ଗୁରୁବାର ଅପରାହ୍ନ ୫ଟାରେ ପଞ୍ଚାୟତ ଗୋଦାମରୁ ୫୦ କେଜି ଓଜନର ୩ ବସ୍ତା ସରକାରୀ ଯୋଗାଣ ବିଭାଗ ଚାଉଳ ନେଇ ଯାଉଥିବା ବେଳେ ଲୋକଙ୍କ ହାତରେ ଧରାପଡିଛନ୍ତି ।

ଗାଡିରେ ନେବା ସମୟରେ ଲଦା ଯାଇଥିବା ୫୦ କେଜି ଚାଉଳ ସହ ଆଉ ୨ ପକେଟ ଚାଉଳ ମଧ୍ୟ ପିଅନ ଘରୁ ଗ୍ରାମବାସୀ ଜବତ କରିବା ସହ ଉଭୟଙ୍କୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ସରପଞ୍ଚ ଚକ୍ର ଧର ନାଏକଙ୍କ ସହ ଲୋକ ରୁଣ୍ଡ ହୋଇଥିବା ବେଳେ ତୁରୁମୁଙ୍ଗା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଏପରିକି ପଞ୍ଚାୟତକୁ ଆସିଥିବା ପିଡିଏସ୍ ଚାଉଳ ବୋଝେଇ ଟ୍ରକକୁ ମଧ୍ୟ ଲୋକେ ଖାଲି କରିବାକୁ ଦେଇ ନାହାନ୍ତି । ଖବର ପାଇ ଉଭୟ ଅଭିଯୁକ୍ତକୁ ତୁରୁମୁଙ୍ଗା ପୋଲିସ ଥାନାକୁ ନେଇଯାଇଛି ।

Comments are closed.