ସରପଞ୍ଚ ଓ ସମିତିସଭ୍ୟ ସରଂକ୍ଷଣ ତାଲିକାକୁ ନେଇ ଅସନ୍ତୋଷ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡାଡିହ ପଂଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ସରଂକ୍ଷଣପ୍ରାର୍ଥୀ ତାଲିକାରେ ହୋଇଥିବା ଅନିୟମିତତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ଜରିଆରେ ନିର୍ବାଚନ କମିଶନଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୂର୍ବ ତାଲିକାରେ ଏହି ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟ  ପଦବୀ ସାଧାରଣ ବର୍ଗ ମହିଳାଙ୍କ ପାଇଁ ଉଦିଷ୍ଟ ରହିଥିବାବେଳେ ତାହାକୁ ବଦଳାଇ ଗତକାଲି ପ୍ରକାଶ ପାଇଥିବା ତାଲିକାରେ ଅନୁସୁଚିତ ଜାତି ବର୍ଗ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଅନୁପାତରେ ପ୍ରାର୍ଥୀ ତାଲିକା ନିର୍ଦ୍ଧାରଣ ହେଉଥିବାବେଳେ ବେଗୁନିଆ ବ୍ଲକର ପୋଡାଡିହ ପଞ୍ଚାୟତ ୬ ନଂ ସ୍ଥାନରେ ରହୁଛି । କିନ୍ତୁ ଏବେ ୪ ନଂ ସ୍ଥାନରେ ରଖାଯାଇ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।କଣ୍ଟାବାଡ଼ ଏବଂ ପଙ୍ଗାରସିଂହ ପଞ୍ଚାୟତର ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଅନୁପାତ ଅଧିକ ଥିବାବେଳେ ସମିତି ପ୍ରାର୍ଥୀଙ୍କୁ ଜନଜାତି ଘୋଷଣା କରି ସରପଞ୍ଚ ପଦବୀ ସାଧାରଣ ବର୍ଗ ପାଇଁ କିପରି ଘୋଷଣା କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ପୋଡାଡିହ ପଂଚାୟତର ଅନୁସୂଚିତ ଜାତିର ଅନୁପାତ ବୃଦ୍ଧି କରିବା ପାଇଁ ମୃତ ବ୍ୟକ୍ତିମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆନଯାଇ କୁଜି ନେତାମାନଙ୍କ ପ୍ରରୋଚନାରେ ଅଧିକାରୀମାନେ ଏହି କାର୍ଯ୍ୟ କରିଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେଣୁ ଉପଯୁକ୍ତ ତଦନ୍ତ କରାଯାଇ ସଠିକ ଭାବେ ସରଂକ୍ଷଣ ତାଲିକା ପ୍ରକାଶ କରିବା ପାଇଁ ସାମାଜିକ କର୍ମୀ ବିଭୂତି ଭୂଷଣ ଦାଶଙ୍କ ସହିତ ଗ୍ରାମବାସୀମାନେ ଦାବି କରିଛନ୍ତି ।

Comments are closed.