ସରକାରୀ କ୍ଷମତା ଉପଯୋଗ କଲେ ସରପଞ୍ଚ : ଗଞ୍ଜାମ ଜିଲାର ମନ୍ଦାର ଓ ମଧୁପଲ୍ଲୀ ପଞ୍ଚାୟତ ୭ ଦିନ ସଟ୍ଡ଼ାଉନ

ଭୁବନେଶ୍ବର: ସରପଞ୍ଚଙ୍କୁ ରାଜ୍ୟ ସରକାର ଜିଲାପାଳଙ୍କ ପରି କ୍ଷମତା ଦେଇଛନ୍ତି । ନିଜ ପଞ୍ଚାୟତରେ ସରପଞ୍ଜ ଜିଲାପାଳଙ୍କ ପରି କ୍ଷମତା ଉପଭୋଗ କରିବେ ଓ ଅନୁରୂପ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲାରେ ଦୁଇଜଣ ସରପଞ୍ଚ ନିଜ ପଞ୍ଚାୟତରେ ନିଜ ପାୱାର ଦେଖାଇଛନ୍ତି । କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ ଗଞ୍ଜାମ ଜିଲାର ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ନିଜନିଜ ପଞ୍ଚାୟତକୁ ୭ ଦିନ ସଟଡ଼ାଉନ କରିଛନ୍ତି । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଭିନ୍ନ ଅନ୍ୟ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ ।

ଗତକାଲି ବୁଗୁଡା ବ୍ଲକ ଅନ୍ତର୍ଗତ ମଣିତରା ସରପଞ୍ଚ ସଟ୍ ଡ଼ାଉନ ପାଇଁ ନିର୍ଦେଶ ଦେଇଥିଲେ । ସରପଞ୍ଚ ଶାନ୍ତିଲତା ନାୟକ ସମଗ୍ର ପଞ୍ଚାୟତକୁ ସଟ୍ ଡ଼ାଉନ ଘୋଷଣା କରିଥିଲେ । ପଞ୍ଚାୟତରେ କିଛି ଉଚ୍ଛୃଙ୍ଖଳ ବ୍ୟକ୍ତି ଲକ୍ଡ଼ାଉନ ଉଲ୍ଲଙ୍ଘନ କରୁଥିବା ଯୋଗୁଁ ସେମାନଙ୍କୁ ସାବାଡ଼ କରିବା ପାଇଁ ସଟ୍ ଡ଼ାଉନ ନିର୍ଦେଶ ଦେଇଥିଲେ । ଆଉ ଆଜି ଜିଲାରେ ପ୍ରଥମ ଓ ରାଜ୍ୟର ୩ୟ କରୋନା ମୃତ୍ୟୁ ଖବର ଆସିବା ପରେ ମଞ୍ଚାର ଓ ମଧୁପଲ୍ଲୀ  ସରପଞ୍ଚ ନିଜନିଜ ପଞ୍ଚାୟତରେ ୭ ଦିନିଆ ସଟ୍ଡ଼ାଉନ କରିଛନ୍ତି ।

Comments are closed.