ପୂଜାର୍ଚନା ପରେ ପ୍ରଚାର ଆରମ୍ଭ କଲେ ପଞ୍ଚାନନ କାନୁନଗୋ

ନେମାଳ: ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପୀଠସ୍ଥଳୀରେ କଂଗ୍ରେସର କଟକ ଲୋକସଭା ପ୍ରାର୍ଥୀ ପଞ୍ଚାନନ କାନୁନଗୋ ପ୍ରଭୁଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ‘ଆମେ କାହିଁକି ଭୋଟ ଦେବା’ ସଂପର୍କିତ ଏକ ପତ୍ରିକାକୁ ଲୋକାର୍ପଣ କରିଥିଲେ। ପରେ ଦଳୀୟ କର୍ମୀମାନଙ୍କ ସହିତ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି ଆଗାମୀ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଗସ୍ତ ସମୟରେ ବରିଷ୍ଠ କଂଗ୍ରେସ ନେତା ସାହିତ୍ୟିକ ଡ. ଗୋବିନ୍ଦ ଭୁୟାଁ, କଂଗ୍ରେସ ନେତା ନାରାୟଣ ଦ୍ୱିବେଦୀ, ନେମାଳ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ଯୁବ ଛାତ୍ର ଓ ବରିଷ୍ଠ କଂଗ୍ରେସ କର୍ମୀମାନେ ପଞ୍ଚାନନଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Comments are closed.