ଆଧାର-ପାନ୍ କାର୍ଡ ସଂଯୋଗ ସମୟସୀମା ୩ମାସ ବଢିଲା

ଭୁବନେଶ୍ଵର : ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ସମୟସୀମା ତିନି ମାସ ପାଇଁ ଅର୍ଥାତ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଏହି ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ବଢାଇଛନ୍ତି। ପୂର୍ବରୁ ପାନ୍ ଓ ଆଧାର କାର୍ଡ ଲିଙ୍କର ଶେଷ ତାରିଖ ଡ଼ିସେମ୍ବର ୩୧ଥିବାବେଳେ ଏହାକୁ ଆଉ ତିନି ମାସ ବୃଦ୍ଧି କରାଯାଇଛି।
ଯେଉଁ ଆଧାର ସହ ପାନ୍ କାର୍ଡ ସଂଯୋଗ ହୋଇନଥିବ ତାହାର ବ୍ୟବହାର କୌଣସି ବି ପ୍ରକାର ନେଣଦେଣ କାମରେ ହୋଇପାରିବ ନାହିଁ। ସରକାର ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଥରେ ପାନ୍ କାର୍ଡ ରଦ୍ଦ ହେବା ପରେ ତାହାକୁ ସମୟ ସୀମା ପରେ ବି ପୁଣି ଥରେ ସକ୍ରିୟ କରାଯାଇପାରିବ ନା ନାହିଁ।

Comments are closed.