ପଲସ୍‌ ପୋଲିଓ ସଚେତନତା ରଥ ପରିକ୍ରମା କଲା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ

ଭୁବନେଶ୍ବର: ଜାତୀୟ ଟିକାକରଣ ଦିବସ ଅବସରରେ ଆସନ୍ତାକାଲି(ରବିବାର) ପଲ୍‌ସ ପୋଲିଓ ପ୍ରତିଷେଧକ ବୁନ୍ଦା ଦିଆଯିବ। ଏହିଦିନ ନବଜାତଠାରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଏହି ଉପଲକ୍ଷେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନା ପ୍ରଭାଗ ଦ୍ବାରା ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଚନ୍ତନ ବ୍ରହ୍ମା ଶୁଭାରମ୍ଭ କରିଥିଲେ। ଶ୍ରୀ ବ୍ରହ୍ମା ଦେଶକୁ ପୋଲିଓମୁକ୍ତ କରିବା ନିମନ୍ତେ ଜନସାଧାରଣ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ। ଏହି ଉତ୍ସବରେ ଦେବପ୍ରସାଦ ଖଟୁଆ, କେ.ରବି, ସୁଜିତ୍‌ ଷଡ଼ଙ୍ଗୀ, ସୌଭାଗ୍ୟ କୁମାର ଗିରି, ସଞ୍ଜୟ ଘଡ଼େଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ପୋଲିଓ ସଚେତନତା ରଥ ଭୁବେନଶ୍ବର ମହାନଗର ନିଗମ ଅଞ୍ଚଳ ପରିକ୍ରମା କରିଥିଲା।

Comments are closed.