ଶରୀର ପାଇଁ ଲାଭଦାୟକ ପାଳଙ୍ଗ

0

ପନିପରିବା ମଧ୍ୟରେ ପାଳଙ୍ଗକୁ ମୁଖ୍ୟ ଭାବେ ଶାଗ ରୂପେ ବ୍ୟବହାର କରାଯାଇଥାଏ। ପାଳଙ୍ଗକୁ ଆପଣ କଞ୍ଚା ଖାଇବା ସହ ତରକାରୀ ଓ ସାଲାଡରେ ମଧ୍ୟ ବ୍ୟବହାର କରିପାରିବେ। ପାଳଙ୍ଗରେ ଭିଟାମିନ ଏ, ଭିଟାମିନ ସି , ଭିଟାମିନ କେ, ମ୍ୟାଗ୍ନେସିୟମ ଓ ଆଇରନ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ରକ୍ତ ଚାପକୁ ନିୟନ୍ତ୍ରିତ କରିଥାଏ। ପାଳଙ୍ଗ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ।

ଆସନ୍ତୁ ଜାଣିବା ପାଳଙ୍ଗ ଖାଇବା ଶରୀର ପାଇଁ କେତେ ଉପକାରୀ

ହାଡକୁ ମଜଭୂତ କରିଥାଏ :

କ୍ୟାଲସିୟମ ଯୋଗୁଁ ହାଡ ମଜଭୂତ ହୋଇଥାଏ। କ୍ଷୀର ବ୍ୟତୀତ ପାଳଙ୍ଗରେ କ୍ୟାଲସିୟମ ସଠିକ ପରିମାଣରେ ରହିଥାଏ। ତେଣୁ ପାଳଙ୍ଗ ଖାଇବା ଦ୍ବାରା ଆପଣଙ୍କ ହାଡ ଶକ୍ତ ରହିଥାଏ।

ଦୃଷ୍ଟି ଶକ୍ତି ବଢାଇଥାଏ :

ଭିଟାମିନ ଏ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପାଳଙ୍ଗରେ ଭିଟାମିନ ଏ ଥିବାରୁ ତାହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।

ଶରୀରକୁ ଶକ୍ତି ଯୋଗାଇଥାଏ :

ପାଳଙ୍ଗରେ ପର୍ଯ୍ୟାପ୍ତ ପରିମାଣରେ ମ୍ୟାଗ୍ନେସିୟମ ନାମକ ପୋଷକ ତତ୍ତ୍ବ ରହିଛି। ମ୍ୟାଗ୍ନେିସିୟମ ଶରୀରକୁ ଶକ୍ତି ଯୋଗାଇଥାଏ। ପାଳଙ୍ଗ ଖାଇବା ଦ୍ବାରା ଥକାପଣ ମଧ୍ୟ ଦୂର ହୋଇଥାଏ।

ରକ୍ତ ଅଭାବ ଦୂର କରେ :

ଯେଉଁ ବ୍ୟକ୍ତିଙ୍କୁ ଏନିମିଆ ଜନିତ ସମସ୍ୟା ରହିଥାଏ ସେମାନେ ପାଳଙ୍ଗ ଖାଇବା ଲାଭଦାୟକ ହୋଇଥାଏ। ପାଳଙ୍ଗରେ ସଠିକ ମାତ୍ରାରେ ଆଇରନ ଥାଏ। ତାହା ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ଦେଖା ଯାଇନଥାଏ।

ଓଜନ ହ୍ରାସ କରିଥାଏ :

ପାଳଙ୍ଗରେ ଫ୍ୟାଟ ଓ କ୍ୟାଲୋରୀ କମ ମାତ୍ରାରେ ରହିଛି। ଏହା ସହ ପାଳଙ୍ଗରେ ଫାଇବରର ମାତ୍ରାରେ ପର୍ଯ୍ୟାପ୍ତ ରହିଛି। ଏହା ଓଜନକୁ ନିୟନ୍ତ୍ରିତ କରିବାରେ ଲାଭଦାୟୀ ହୋଇଥାଏ।

Leave A Reply