ପାଳଙ୍ଗ ଅଣ୍ଡା ଆମଲେଟ୍‍

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୨ଟି
ପାଳଙ୍ଗ ଶାଗ – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ୨ଟି
ଚିଜ – ଅଳ୍ପ
କଟା ପିଆଜ – ୨ଟି
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଅଦା – ଅଳ୍ପ
ଜିରା – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଳଙ୍ଗ ଶାଗକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଏଥିରେ କଟା ପାଳଙ୍ଗ, ଲଙ୍କା, ପିଆଜ, ଜିରା, ଗୋଲମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା, ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଅଣ୍ଡା ମିଶ୍ରଣକୁ ପକାଇ ଗୋଟେ ପଟ ହୋଇଗଲେ ଅନ୍ୟ ପଟକୁ ସେକି ଦିଅନ୍ତୁ। ଉଭୟ ପଟ ହୋଇଗଲେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର, ଚିଜ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ଅଣ୍ଡା ଆମଲେଟ୍‍ ।

Comments are closed.