ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ  ଲାୟନ୍ସ କ୍ଲବ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ମିଳିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଧୀରେନ୍ଦ୍ର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିରକୁ ସ୍ଥାନୀୟ ଥାନାଧିକାରୀ ଅନିଲ ପ୍ରଧାନ  ଉଦଘାଟନ କରିଥିବା ବେଳେ ନିଜର ଚକ୍ଷୁ ପରୀକ୍ଷା କରିଥିଲେ। ଶିବିରରେ ପାଖାପାଖି ୨୦୯ ରୁ ଉର୍ଦ୍ଧ୍ୱ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଥିଲେ ବରିଷ୍ଠ ନାଗରିକ । ଏହା ବ୍ୟତୀତ ୨୮ଜଣ ଚକ୍ଷୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ନିଆ ଯାଇଥିବା ସୂଚନା ମିଳିଛି । ଶିବିରରେ ଚାଲିଶିଆ ଏବଂ ଦୂର ଦୃଷ୍ଟି ଦୋଷର ଚଷମା ପରୀକ୍ଷା, ଆଧୁନିକ ପଦ୍ଧତିରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର, ଛୋଟ ଛୁଆଙ୍କ କମ୍ପ୍ୟୁଟର ଦ୍ଵାରା ଚଷମା ପରୀକ୍ଷା, ମୋତିଆ ବିନ୍ଦୁ ରୋଗୀ ମାନଙ୍କ ପାଇଁ ଚଷମା, ଔଷଧ, ଲେନ୍ସ ସହ ଯିବା ଆସିବା ଖର୍ଚ୍ଚ ବ୍ୟବସ୍ଥା ହୋଇଥିଲା ।  ଡକ୍ଟର  ନବତିକା ମହାନ୍ତିଙ୍କ ସମେତ ନଅ ଜଣ ସହକାରୀ ଶିବିର ପରିଚାଳନା କରିଥିଲେ । ଲାୟନ୍ସ କ୍ଳବର ଉପସଭାପତି ବଳରାମ ପ୍ରଧାନ,ସଂପାଦକ ବିନୟ ଦାଶ, ସୋମନାଥ ପଟ୍ଟନାୟକ, ନରେଶ ଅଗ୍ରୱାଲ, ନରେଶ ପ୍ରଧାନ, ଜୟନ୍ତ ପ୍ରଧାନ, ଶରତ ଭୋଇ, ଶିବଶଙ୍କର ତ୍ରିପାଠୀ, ଗୋଡଭଗା ଶାଖାର ସଭାପତି ମନୋଜ ଶର୍ମା ତଥା କ୍ଳବର ଲାୟନ୍ସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.