ଭାରତୀୟ ଚାନେଲ ଦେଖୁଥିବା ପାକିସ୍ତାନୀଙ୍କୁ ଅନଲାଇନ୍‌ରେ ଦେୟ ପୈଠ ମନା

କରାଚୀ: ଭାରତୀୟ ବୈଦ୍ୟୁତିକ ଗଣମାଧ୍ୟମ (ଟିଭି ଚାନେଲ) ଦେଖୁଥିବା ପାକିସ୍ତାନର ଗ୍ରାହକମାନେ ସେମାନଙ୍କ ଦେୟକୁ ଅନଲାଇନରେ ପୈଠ କରିପାରିବେ ନାହିଁ। ପାକିସ୍ତାନ ସରକାର ଏନେଇ ଦେଶର ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦେଶନାମା ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ ଇମ୍ରାନ ଖାଁଙ୍କ ନେତୃତ୍ବ ପାକ୍‌ କ୍ୟାବିନେଟ୍‌ ଗତ ସୋମବାର ଏହି ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ନିଷ୍ପତ୍ତି ପରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ପାକିସ୍ତାନକୁ ନିର୍ଦେଶର ଅନୁପାଳନ ନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଭାରତର ଟିଭି ଚାନେଲ ଦେଖିବା ବାବଦକୁ ପାକିସ୍ତାନର ଗ୍ରାହକମାନେ ଆବଶ୍ୟକ ଦେୟ ଅନଲାଇନରେ ପୈଠ କରିଥାନ୍ତି। ଦେୟ ଅର୍ଥ ଏବେ ଅନଲାଇନରେ ପୈଠ କରାଯାଇ ପାରିବ ନାହିଁ। ପାକିସ୍ତାନ ପୂର୍ବତନ ମିଡିଆ ରେଗୁଲେଟୋରୀ ଅଥରିଟି କହିଛନ୍ତି ଯେ ଭାରତୀୟ ଟିଭି ଚାନେଲକୁ ଦେଶରେ ନିଷିଦ୍ଧ କରାଯାଇଛି। ଏବେ ଉପଭୋକ୍ତାଙ୍କ ଅନଲାଇନ ଦେୟ ପୈଠକୁ ନିଷିଦ୍ଧ କରାଯାଇଛି। ପାକିସ୍ତାନର ଜଣେ ଗ୍ରାହକ ଅନ୍ୟ ଦେଶରେ ଥାଇ ଏହି ଦେୟକୁ ଅନଲାଇନରେ ପୈଠ କରିପାରିବେ।

Comments are closed.