ପାକ୍ ସେନାର ପୁଣି ଅସ୍ତ୍ରବିରତି ଉଲଙ୍ଘନ : ପୁଞ୍ଛରେ ମୋର୍ଟାର ଆକ୍ରମଣ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଶନିବାର ପାକିସ୍ତାନୀ ସୈନ୍ୟମାନେ ଭାରତୀୟ ଆଗୁଆ ଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନାରେ ଜଣେ ସାଧାରଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ,ପାକିସ୍ତାନୀ ସୈନ୍ୟମାନେ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହି ଗୁଳିଗୋଳା ବର୍ଷଣ ଓ ମୋର୍ଟାର ଆକ୍ରମଣ କରିଛନ୍ତି। ପୁଞ୍ଛ୍ ଜିଲ୍ଲାର ମେନ୍ଧାର ସେକ୍ଟରରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଅସ୍ତ୍ରବିରତି ଉଲଙ୍ଘନର ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଉଚିତ ଜବାବ ଦେଇଛନ୍ତି। ଦୁଇ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳିଗୋଳା ବିନିମୟ ଜାରି ରହିଥିଲା।