୨୯ରୁ ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ କର୍ତ୍ତାରପୁର କରିଡର ଖୋଲିବ ପାକିସ୍ତାନ

ଇସଲାମାବାଦ: ଆସନ୍ତା ୨୯ ତାରିଖରୁ ଶିଖ୍‌ ଶ୍ରଦ୍ଧାଳୁମାନଙ୍କ ପାଇଁ ପାକିସ୍ତାନ କର୍ତ୍ତାରପୁର କରିଡର ଖୋଲିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ପାକିସ୍ତାନ ସମସ୍ତ ଶିଖ ତୀର୍ଥଯାତ୍ରୀମାନଙ୍କ ପାଇଁ କର୍ତ୍ତାରପୁର କରିଡର ପୁଣି ଥରେ ଖୋଲିବାକୁ ପ୍ରସ୍ତୁତି ଚଳାଇଛି। ମହାରାଜା ରଣଜିତ ସିଂହଙ୍କ ପୁଣ୍ୟ ତିଥି ଅବସରରେ ଜୁନ ୨୯ରେ କରିଡରକୁ ପୁଣି ଥରେ ଖୋଲାଯିବ। ଭାରତ ସରକାରଙ୍କୁ ଆମ ତତ୍ପରତା ବିଷୟରେ ଅବଗତ କରାଉଛୁ।

Comments
Loading...