ଜାମ୍ମୁ-କାଶ୍ମୀର ପୁଣି ପାକ୍ ସୈନ୍ୟଙ୍କ ଅସ୍ତ୍ରବିରତି ଉଲଙ୍ଘନ

ଶ୍ରୀନଗର :  ପାକିସ୍ତାନୀ ସୈନ୍ୟମାନେ ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ଗୁଳିଗୋଳା ବର୍ଷଣ କରି ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭୋର୍‍ ୪ଟାବେଳେ ହୀରାନଗର ସେକ୍ଟରର ସୀମାନ୍ତ ଗ୍ରାମ କାରୋଲଠାରେ ସେମାନେ ଗୁଳିଗୋଳା ବର୍ଷଣ କରିଛନ୍ତି। ପହରା ଦେଉଥିବା ଭାରତୀୟ ଜବାନମାନେ ପାଲଟା ଗୁଳିଚାଳନା କରିଥିଲେ। ପାକିସ୍ତାନୀ ଗୁଳିଗୋଳା ବର୍ଷଣରେ କିଛି ଘର ନଷ୍ଟ ହୋଇଥିବା ଖବର ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇଥିବାର ଜଣାପଡିନାହିଁ। ପାକିସ୍ତାନୀ ଗୁଳିଗୋଳା ବର୍ଷଣ ଯୋଗୁଁ ଘଟିଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ ଦଳକୁ ସେଠାକୁ ପଠାଯାଇଛି।

Comments are closed.