ଭାରତର ଚେତାବନୀ – ଆନ୍ତର୍ଜାତିକ ଆତଙ୍କବାଦର ମୁଖ୍ୟ କେନ୍ଦ୍ର ପାକିସ୍ତାନ

ପାକିସ୍ତାନ ଭାରତ ବିରୁଦ୍ଧରେ ଅପପ୍ରଚାର କରୁଥିବାରୁ ଭାରତ ତାହାର ତୀବ୍ର ସମାଲୋଚନା କରିଛି। ପାକିସ୍ତାନ ଏଥିପାଇଁ ବିଭିନ୍ନ ମଞ୍ଚର ଅପବ୍ୟବହାର କରୁଛି। ଭାରତ କହିଛି, ଜାମ୍ମୁ, କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଓ ଭବିଷ୍ୟତରେ ମଧ୍ୟ ରହିବ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ୍‍ କୁରେଶିଙ୍କ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଭାରତ କହିଛି, ଏହାର ଆଭ୍ୟନ୍ତରୀଣ ବ୍ୟାପାର ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ପାକିସ୍ତାନର କୌଣସି ହକ୍‍ ନାହିଁ।

ଏହି ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ବ୍ୟାପାର, ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା କ୍ଷେତ୍ରରେ ଘୋର ହସ୍ତକ୍ଷେପ ବୋଲି ଭାରତ ବିବେଚନା କରୁଛି। ପାକିସ୍ତାନ ସର୍ବଦା ଆନ୍ତର୍ଜାତିକ ଆତଙ୍କବାଦର ମୁଖ୍ୟ କେନ୍ଦ୍ର ରହିଆସିଛି ଓ ଏଠାରେ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇ ଆସୁଛି ବୋଲି ଭାରତ ଦୋଷାରୋପ କରିଛି। ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି। ଏହା ହେଲେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ କଥାବାର୍ତ୍ତା ସମ୍ଭବ ହେବ ବୋଲି ଭାରତ କହିଛି।

Comments are closed.