ପିଓକେ ଆକ୍ରମଣରେ ୫ ଯବାନ ନିହତ ହେବା ପରେ ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ପାକ୍‌ର ସମନ

ଇସଲାମାବାଦ: ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର ଭାରତ କଡ଼ା ଜବାବ ଦେଇଛି। ଭାରତ ପକ୍ଷରୁ ପିଓକେ(ପାକ୍‌ ଅଧିକୃତ କାଶ୍ମୀର)ରେ ଆକ୍ରମଣ କରାଯିବା ଫଳରେ ୨୨ ଆତଙ୍କୀଙ୍କ ସହିତ ୫ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ନିଜ ସୈନ୍ୟଙ୍କ ମୃତ୍ୟୁ ପରେ ପାକିସ୍ତାନ ଭାରତୀୟ ଉପଉଚ୍ଚାୟୁକ୍ତଙ୍କୁ ସମନ ଜାରି କରିଛି। ପାକ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଉପ ଉଚ୍ଚାୟୁକ୍ତ ଗୌରବ ଆହଲୁୱାଲିୟାଙ୍କୁ ସମନ କରାଯାଇଛି। ସୂଚନାଯୋଗ୍ୟ, ଭାରତର ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ୩ ଶିବିର ଧ୍ଵଂସ ହୋଇଯାଇଛି।

Comments are closed.