ପାକିସ୍ତାନରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ : ୩ ଆତଙ୍କବାଦୀଙ୍କୁ ୫ ବର୍ଷ ପାଇଁ ଜେଲ୍‍ ଦଣ୍ଡାଦେଶ

ମୁଲତାନ : ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉଥିବା ୩ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ମୁଲତାନ ପ୍ରଦେଶର ଏକ ଅଦାଲତ ୫ ବର୍ଷ ପାଇଁ ଜେଲ୍‍ ଦଣ୍ଡାଦେଶ ଦେଇଛି । କାଶ୍ମୀରରେ ଫେବୃୟାରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣପାଇଁ ଦାୟୀ ବେଆଇନ ଘୋଷିତ ଜୈସେ-ମହମ୍ମଦ ଗୋଷ୍ଠୀ ପାଇଁ ସେମାନେ ପାଣ୍ଠି ଯୋଗାଡ଼ କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସେହି ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ପାକିସ୍ତାନର ଆତଙ୍କବାଦୀ ଦମନ ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ସେମାନଙ୍କୁ ଜେଲ୍‍କୁ ପଠାଇ ଦିଆଯାଇଛି ।

Comments are closed.