ପାକିସ୍ତାନର କରାଚି ହ୍ୱାଇଟ ହାଉସ୍ : ଦାଉଦ ଇବ୍ରାହିମର ଠିକଣା

ସ୍ବୀକାର କଲା ପାକିସ୍ତାନ

 

ଇସଲାମାବାଦ : ଶେଷରେ ପାକିସ୍ତାନ ସ୍ବୀକାର କରିଛି। କରାଚିର ହ୍ୱାଇଟ ହାଉସରେ ରହୁଛି କୁଖ୍ୟାତ ଅପରାଧୀ ତଥା ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମ। ତେବେ  ୮୮ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଏବଂ ଦାଉଦ ଇବ୍ରାହିମ ସମେତ ହାଫିଜ ସଇଦ, ମାସୁଦ ଅଜହର ଉପରେ ପାକିସ୍ତାନ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛି। ତେବେ ପରିଶେଷରେ ପାକିସ୍ତାନ ସ୍ୱୀକାର କରିଛି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ କରାଚିରେ ରହୁଛି।

ବାସ୍ତବରେ ପାକିସ୍ତାନ ଆତଙ୍କବାଦୀଙ୍କର ଏକ ତାଲିକା ପ୍ରକାଶ କରିଛି। ତାଲିକା ଅନୁଯାୟୀ, ଦାଉଦ ଇବ୍ରାହିମ କରାଚିରେ ରହୁଛି। ଏହି ତାଲିକାରେ ଦାଉଦ ଇବ୍ରାହିମଙ୍କ ଠିକଣା କରାଚିର ହ୍ବାଇଟ ହାଉସ ବୋଲି ଦର୍ଶାଯାଇଛି। ଜାତିସଂଘ ପକ୍ଷରୁ ଏନେଇ ତାଲିକା ପ୍ରକାଶ କରିବା ପରେ ପାକିସ୍ତାନ ଏହି ପ୍ରତିବନ୍ଧକ ଲଗାଇଛି। ଏହା ପରେ ପାକିସ୍ତାନ ସରକାର ଦାଉଦ ଇବ୍ରାହିମ ଆକାଉଣ୍ଟକୁ ସିଲ୍ କରିବା ସହିତ ତା’  ଉପରେ ପ୍ରତିବନ୍ଧକ ଲଗାଇବାକୁ  ନିର୍ଦ୍ଦେଶ ଦେଇଛନ୍ତି।

ଦାଉଦ ପାଖରେ ପାକିସ୍ତାନ ନାଗରିକତା ନମ୍ବର ରହିଛି। ଦାଉଦର ଜାତୀୟ ନାଗରିକତା ପରିଚୟ ସଂଖ୍ୟା ହେଉଛି  କେସି-୨୮୫୯୦୧।  ତା’ର ସମ୍ପୂର୍ଣ୍ଣ ଠିକଣା ହେଉଛି: ହ୍ବାଇଟ ହାଉସ୍, ସାଉଦି ମସଜିଦ ନିକଟ, ଘର-୩୭, ରୋଡ୍ ନମ୍ବର ୩୦, ପ୍ରତିରକ୍ଷା ହାଉସିଂ ଅଥରିଟି, କରାଚି ପାକିସ୍ଥାନ। ତାଲିକା ଅନୁଯାୟୀ, ଦାଉଦର ଭାରତୀୟ ପାସପୋର୍ଟ ନମ୍ବର ହେଉଛି ଏ-୩୩୩୬୦୨, ଯାହା ମୁମ୍ବାଇରୁ ୪ ଜୁନ୍ ୧୯୮୫ରେ ଜାରି କରାଯାଇଥିଲା। ଏହା ବ୍ୟତୀତ ତା’ ପାଖରେ ଭିନ୍ନ ଭିନ୍ନ ନମ୍ବରର  ଅନେକ ପାସପୋର୍ଟ ରହିଛି।

Comments are closed.