୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କଲା ପାକିସ୍ତାନ

0

ନୂଆଦିଲ୍ଲୀ : ପାକିସ୍ତାନ ନିଜ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ସଦଭାବନା ସଂକେତ ସ୍ୱରୁପ ୨୭ ମତ୍ସ୍ୟଜୀବୀଙ୍କ ସମେତ ୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ୧୪ ଅଗଷ୍ଟରେ ଦେଶର ସ୍ୱାଧୀନତା ଦିବସ ଉପଲକ୍ଷେ ମାନବିକତା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ପାକିସ୍ତାନ ଜେଲରୁ ମୁକ୍ତ ସମସ୍ତ ଭାରତୀୟ ଅଟ୍ଟାରି-ୱାଘା ସୀମା ଫାଟକ ଦେଇ ସ୍ୱଦେଶକୁ ଫେରିଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି ଯେ ମାନବିକତା ପ୍ରସଙ୍ଗକୁ ରାଜନୈତିକ ନ କରିବାକୁ ପାକିସ୍ତାନ ସର୍ବଦା ଚେଷ୍ଟା କରି ଆସିଛି। ଭାରତ ସରକାର ଆମ ଭଳି ପଦକ୍ଷେପ ନେବେ ଓ ସେଠାରେ ବନ୍ଦୀଥିବା ପାକିସ୍ତାନୀଙ୍କୁ ମୁକ୍ତ କରିବେ ବୋଲି ଆମେ ଆଶା କରୁଛୁ। ଉଲ୍ଲେଖ ଯେ ମାଛ ମାରିବାକୁ ଯାଇ ପାକିସ୍ତାନ ଜଳ ସୀମାରେ ପ୍ରବେଶ କରି ୨୭ ଭାରତୀୟ ମତ୍ସ୍ୟଜୀବୀ ଗିରଫ ହୋଇଥିଲେ। ସେମାନଙ୍କୁ କରାଚି ଜେଲରେ ରଖାଯାଇଥିଲା। ଏବେ ବି ବହୁ ଭାରତୀୟ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଅଛନ୍ତି।

Leave A Reply