ମୋଦୀଙ୍କୁ କଲ୍‍ କରି ଅଭିନନ୍ଦନ ଜଣାଇଲେ ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କଲ୍‍ କରି ଲୋକସଭା ନିର୍ବାଚନରେ ଐତିହାସିକ ବିଜୟକୁ ନେଇ ଅଭିନନ୍ଦନ ଜଣାଇଛନ୍ତି। ବିଦେଶ ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରଙ୍କ ପଡୋଶୀ ନୀତି ବିଷୟରେ ଉଲ୍ଲେଖ କରି ମିଳିତ ଭାବେ ଗରିବୀ ସହ ଲଢିବା ପାଇଁ ଇମ୍ରାନକୁ ପରାମର୍ଶ ଦେଇଥିଲେ। ଫୋନ କଲ୍‍ରେ ମୋଦୀ ଆଞ୍ଚଳିକ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସହଯୋଗ ବୃଦ୍ଧି ସହ ହିଂସା ମୁକ୍ତ ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ।
ପ୍ରକାଶ ଯେ ସପ୍ତଦଶ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ବିଜୟ ପରେ ମେ’ ୨୩ରେ ଇମ୍ରାନ ଖାନ ଟ୍ୱିଟ୍‍ କରି ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଟ୍ୱିଟ୍‍ରେ ସେ ମୋଦୀଙ୍କ ସହ ମିଶି ଦକ୍ଷିଣ ଏସିଆର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଥିଲେ।

Comments are closed.