ସ୍ପଟ ଫିକ୍ସିଂ ମାମଲାରେ ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ ନାସିର ଜମସେଦଙ୍କୁ ୧୭ମାସ ଜେଲ

ଇସଲାମାବାଦ : ସ୍ପଟ ଫିକ୍ସିଂ ମାମଲାରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ନାସିର ଜମଶେଦଙ୍କୁ ୧୭ମାସ ଜେଲ ହୋଇଛି। ଗତବର୍ଷ ଡ଼ିସେମ୍ବରରେ କୋର୍ଟ ୩୦ବର୍ଷୀୟ ଏହି ଖେଳାଳିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗତବର୍ଷ ମଧ୍ୟ ଜମସେଦଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ୧୦ବର୍ଷ ପର୍ୟ୍ୟନ୍ତ ବାଛନ୍ଦ କରିଥିଲା।
ଜାମଶେଦଙ୍କ ସହ ବ୍ରିଟିଶ୍ ନାଗରିକ ୟୁସୁଫ୍ ଅନୱର୍ ଓ ମହମ୍ମଦ ଏଜାଜଙ୍କ ସହ ଗିରଫ୍ କରାଯାଇଥିଲା। ଅନୱରଙ୍କୁ ୪୦ମାସ ଏବଂ ନର୍ଦର୍ନ ଇଂଲଣ୍ଡର ଏଜାଜଙ୍କୁ ୩୦ମାସର ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଜମସେଦଙ୍କ ଉପରେ ୨୦୧୮ରେ ପିଏସଏଲରେ ଇସଲାମାବାଦ ୟୁନାଇଟେଡ୍ ଓ ପେଶାୱର ଜାଲମୀ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଖେଳାଳିଙ୍କୁ ଜାଣିଶୁଣି ଖରାପ ଖେଳିବାକୁ ଉସକାଇଥିବାର ଅଭିଯୋଗ ହୋଇଥିଲା।

Comments are closed.