ଆରବ ସାଗରରେ ପାକିସ୍ତାନର ନୌସମରାଭ୍ୟାସ, ନଜର ରଖିଛି ଭାରତୀୟ ସେନା

ଇସ୍‌ଲାମାବାଦ: ଏବେ ଆରବ ସାଗରରେ ପାକିସ୍ତାନ ବଡ ଧରଣର ନୌସମରାଭ୍ୟାସ ଜାରି ରଖିଛି । ଏଥିରେ ପାକିସ୍ତାନ ନୌସେନାର କେତେକ ଯୁଦ୍ଧ ଜାହାଜ ଏବଂ ବୁଡାଜାହାଜ ସାମିଲ ହୋଇଛି । ପାକିସ୍ତାନର ନୌସେନା ଗତିବିଧି ଉପରେ ନଜର ରଖିବା ପାଇଁ ଭାରତୀୟ ନୌସେନା ଓ ବାୟୁସେନା ମୁତୟନ କରାଯାଇଛି । ଭାରତର ଉଭୟ ନୌସେନା ଓ ବାୟୁସେନା ପାକିସ୍ତାନର ସମରାଭ୍ୟାସ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ।

ସୂଚନାଯୋଗ୍ୟ, ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ବଢିଯାଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ବାଲାକୋଟସ୍ଥିତ ଆତଙ୍କବାଦୀ ସଙ୍ଗଠନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ। ପରେ ଭାରତ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ବିଚଳିତ ହୋଇପଡିଛି । ଲଗାତରଭାବେ ପାକ୍ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି।

Comments are closed.