ପାକିସ୍ତାନ ପରୀକ୍ଷା କଲା ଘୋରି କ୍ଷେପଣାସ୍ତ୍ର

0

ଇସଲାମାବାଦ : ପାକିସ୍ତାନ ସୋମବାର ସଫଳତାର ସହ ଘୋରି ବାଲାଷ୍ଟିକ କ୍ଷେପଣାସ୍ତ୍ରକୁ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ଏହା ୧୩୦୦ କିମି ଦୂରକୁ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ପରିସର ମଧ୍ୟରେ ଭାରତର ଅନେକ ସହର ରହିଛି। କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣକୁ ନେଇ ରାଷ୍ଟ୍ରପତି ଆରିଫ ଆଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେନାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply