ପାକିସ୍ତାନରେ ପ୍ରଥମ: ତୃତୀୟ ଲିଙ୍ଗୀଙ୍କୁ ମିଳିଲା ଡ୍ରାଇଭିଂ ଲାଇସେନ୍ସ

0

ନୂଆଦିଲ୍ଲୀ: ପାକିସ୍ତାନର ପରିବହନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଜଣେ ତୃତୀୟ ଲିଙ୍ଗିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିଛି। ଇସଲାମାବାଦ ପୁଲିସ ମୁଖ୍ୟଙ୍କ ନିର୍ଦେଶ ପରେ ପରିବହନ ବିଭାଗ ପକ୍ଷରୁ ଲୈଲା ଅଲ୍ଲୀ ନାମକ ଜଣେ ତୃତୀୟ ଲିଙ୍ଗଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି। ଲୈଲା ୧୫ବର୍ଷ ଧରି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଉଥିଲେ। ଲୈଲା ଏ ସମ୍ପର୍କରେ ପୁଲିସ ମୁଖ୍ୟଙ୍କୁ ଭେଟିବା ପରେ ଦେଶର ତୃତୀୟ ଲିଙ୍ଗଙ୍କ ସମସ୍ୟାକୁ ଆଗାମୀ ଦିନରେ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। କେବଳ ପାକିସ୍ତାନରେ ଏବେ ୫ଲକ୍ଷରୁ ଅଧିକ ତୃତୀୟ ଲିଙ୍ଗ ରହିଛନ୍ତି। ମେ ମାସରେ ପାକିସ୍ତାନ ସଂସଦରେ ତୃତୀୟ ଲିଙ୍ଗ ଓ ସୁରାକ୍ଷା ଆକ୍ଟକୁ ଅନୁମୋଦନ କରିଛନ୍ତି।

Leave A Reply