ଓଜନ ନକମାଇଲେ ଚାକିରି ଯିବ: ପାଇଲଟଙ୍କୁ ପାକ୍‍ ସରକାରଙ୍କ ଚେତାବନୀ

0

ଲାହୋର: ନୂଆ ବର୍ଷରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ତା’ର ପାଇଲଟ ଓ ବିମାନ କର୍ମଚାରୀଙ୍କୁ ଓଜନ କମାଇବାକୁ ଚେତାବନୀ ଦେଇଛି। ନିର୍ଦ୍ଦିଷ୍ଟ ଓଜନଠାରୁ ସୀମା ଅତିକ୍ରମ କଲେ ଚାକିରି ଯିବା ସମ୍ଭାବନା ରହିଛି ବୋଲି ଏୟାରଲାଇନ୍ସ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛି। ୨୦୧୬ରେ ମଧ୍ୟ ଏୟାରଲାଇନ୍ସ ଓଜନ କମାଇବାକୁ ତାହାର କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲା। ତେବେ ଏହାକୁ ସେତେବେଳେ କେହିଁ ଗୁରୁତ୍ୱ ଦେଇ ନଥିଲେ। ଚଳିତ ଥର ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଧାରିତ ଓଜନଠାରୁ ୧୩.୫କେଜି ଅଧିକ ଓଜନ ବିଶିଷ୍ଟ କର୍ମଚାରୀଙ୍କୁ ଓଜନ କମ୍‍ କରିବାକୁ ନିର୍ଦେଶ ଦେଇଛି ପାକ୍‍ ଏୟାରଲାଇନ୍ସ। ସେମାନଙ୍କୁ ପ୍ରତି ମାସ ୨.୩କିଲୋ ଓଜନ କମ୍‍ କରିବାକୁ ନିର୍ଦେଶ ଦିଆଯାଇଛି। ଚୂଡ଼ାନ୍ତ ଯାଞ୍ଚ ୩୧ଜାନୁୟାରୀରେ କରାଯିବ। ଏହି ଯାଞ୍ଚରେ ବର୍ଦ୍ଧିତ ଓଜନ ବିଶିଷ୍ଟ କର୍ମଚାରୀଙ୍କୁ ଏୟାରଲାଇନ୍ସର ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ପାଇଁ ପଠାଯିବ। ୧ଜୁଲାଇ ସୁଦ୍ଧା ପାକ୍‍ ଏୟାରଲାଇନ୍ସରେ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଜନ ହ୍ରାସ କରିବେ। ଯଦି ସେଥିରେ ସେମାନେ ଅସଫଳ ହୁଅନ୍ତି ତେବେ ଚାକିରିରୁ ନିଲମ୍ବିତ ହେବେ।

Leave A Reply