ଚାକିରି ପାଇଁ ହିନ୍ଦୁଙ୍କୁ ଧର୍ମ ବଦଳାଇବାକୁ ଚାପ ପକାଉଛି ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଭଳି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। ଏବେ ଚାକିରି ପାଇଁ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି। ଦେଶରେ ଚାକିରି କରିବାକୁ ହେଲେ ଧର୍ମ ବଦଳାଇବାକୁ ପାକିସ୍ତାନ ସରକାର ଚାପ ପକାଉଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଚଳିତବର୍ଷ ସିନ୍ଧ ପ୍ରଦେଶର ବଦୀନ ଅଞ୍ଚଳରେ ବହୁ ସଂଖ୍ୟକ ହିନ୍ଦୁ ପରିବାରଙ୍କୁ ଚାକିରି ପାଇଁ ଧର୍ମାନ୍ତରଣ କରାଯାଇଛି।

ଧର୍ମାନ୍ତରଣ କରିଥିବା ମହମ୍ମଦ ଅସଲମ ଶେଖ କହିଛନ୍ତି, ଆମେ କେବଳ ସାମାଜିକ ସମାନତା ଚାହୁଁଛୁ। ଗରିବ ହିନ୍ଦୁ ପରିବାରରେ ଧର୍ମାନ୍ତରଣ ସାଧାରଣ କଥା। ବଦୀନରେ ଏକ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣଙ୍କର ଧର୍ମାନ୍ତରଣ କରାଯାଇଛି। ଜୁନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅସଲମଙ୍କ ନାମ ସାୱନ ଭିଲ ଥିଲା। ମାତ୍ର ଚାକିରି ପାଇଁ ସେ ନିଜ ପରିବାର ସହିତ ଧର୍ମ ବଦଳାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଯେତେବେଳେ ପାକିସ୍ତାନ ସ୍ବାଧୀନ ହେଲା ସେତେବେଳେ ଦେଶରେ ହିନ୍ଦୁ ଜନସଂଖ୍ୟା ୨୦.୫ ପ୍ରତିଶତ ଥଲା। ମାତ୍ର ଏହା ପରେ ହିନ୍ଦୁଙ୍କ ସଂଖ୍ୟା ଦେଶରେ ଦ୍ରୁତଗତିରେ ହ୍ରାସ ପାଇଛି। ୧୯୯୮ରେ ପାକିସ୍ତାନ ସରକାର ଧର୍ମ ଆଧାରରେ ଜନଗଣନା କରିଥିଲେ, ଯେଉଁଥିରେ ଦେଶରେ ହିନ୍ଦୁଙ୍କ ସଂଖ୍ୟା ୧.୬ ପ୍ରତିଶତ ଥିଲା।

Comments are closed.