ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଗିରଫ

ଇସଲାମାବାଦ: ଚୌଧୁରୀ ଚିନି କାରଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନ୍ୟାସନାଲ ଏକାଉଣ୍ଟାବିଲିଟି ବ୍ୟୁରୋ (ଏନଏବି) ଶୁକ୍ରବାର ଗିରଫ କରିଛି। ତାଙ୍କୁ ୧୫ ଦିନ ପାଇଁ ହାଜତକୁ ନେବାକୁ ଏନଏବି କୋର୍ଟରେ ଆବେଦନ କରିଛି। କିନ୍ତୁ ସରିଫ ଏହି ମାମଲାରେ ଆଦୌ ସମ୍ପୃକ୍ତ ନୁହନ୍ତି ଦର୍ଶାଇ ତାଙ୍କ ଓକିଲ ଅମଜାଦ ପରଭେଜ ଏହି ଆବେଦନକୁ ବିରୋଧ କରିଛନ୍ତି। କୋଟ ଲଖପତ ଜେଲରୁ ନେଇ ସରିଫଙ୍କୁ କୋର୍ଟରେ ହାଜର କରାଯିବା ବେଳେ ପାକିସ୍ତାନ ମୁସଲିମ ଲିଗ-ନୱାଜର ଶତାଧିକ ନେତା ଏବଂ କର୍ମୀ ସେଠାରେ ଏକଜୁଟ ହୋଇ ସ୍ଲୋଗାନ ଦେଇଥିଲେ। ସରିଫଙ୍କ ବିରୋଧରେ ଅକ୍ଟୋବର ୪ରେ ଏନବିଏ ଅଧ୍ୟକ୍ଷ ବିଚାରପତି (ଅବସରପ୍ରାପ୍ତ) ଜାଭେଦ ଇକବାଲ ଗିରଫ ପରୱାନା ଜାରି କରିଥିଲେ। ସରିଫ ଏବଂ ତାଙ୍କ ପରିବାର ଲୋକେ ଚୌଧୁରୀ ଚିନି କଳ ଦ୍ବାରା ବେଆଇନ ଅର୍ଥ କାରବାର କରିଥିବା ନେଇ ଅଭିଯୋଗ ରହିଛି। ଅଲ-ଅଜିଜିଆ ମିଲ ଦୁର୍ନୀତି ମାମଲାରେ ସରିଫଙ୍କୁ ସାତ ବର୍ଷ କାରାଦଣ୍ଡାଦେଶ ହୋଇଛି।

Comments are closed.