କାର ଦୁର୍ଘଟଣାରେ ପାକିସ୍ତାନ ସେନାର ପୂର୍ବତନ ମୁଖପାତ୍ର ଆସିଫ ଗଫୁର ଗୁରୁତର

ଇସଲାମାବାଦ୍ : ପାକିସ୍ତାନ ସେନାର ପୂର୍ବତନ ଜନସମ୍ପର୍କ ବିଭାଗ (ପିଆର) ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁରଙ୍କ କାର ବୁଧବାର ତଡ଼କେ ପାକିସ୍ତାନର ସରଗନା ଠାରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏହି ଦୁର୍ଘଟଣାରେ ଗଫୁର ଓ ତାଙ୍କ ପତ୍ନୀ ଗୁରୁତର ହୋଇଥିବା ଜଣାପଡିଛି। ଉଭୟଙ୍କୁ ପ୍ରଥମେ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ଉଭୟ ପତି-ପତ୍ନୀଙ୍କୁ ସାଉଦି ଆରବ ପଠାଯାଇଛି।
ନିକଟରେ ମେଜର ଜେନେରାଲ ଆସିଫ ଗଫୁରଙ୍କୁ ସେନା ମୁଖପାତ୍ର ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ବାବର ଇପ୍ତିଖାର ନୂଆ ସେନା ମୁଖପାତ୍ର ଭାବେ ନିଯୁକ୍ତି ପାଇଥିଲେ। ମେଜର ଜେନେରାଲ ଗଫୁର ୧୯୮୮ମସିହାରେ ପାକିସ୍ତାନ ସେନାରେ ନିଯୁକ୍ତି ପାଇଥିଲେ। ଏହା ପରେ ତାଙ୍କୁ ୨୦୧୬ରେ ଆଇଏସପିଆରର ମହାନିର୍ଦେଶକ ପଦରେ ନିଯୁକ୍ତି ଦିଆଯାଇଥିଲା।

Comments are closed.