ପାକିସ୍ତାନ ନିର୍ବାଚନ : ୪୩ ହଜାର କୋଟି ଟଙ୍କାର ମାଲିକ ସ୍ୱାଧୀନ ପ୍ରାର୍ଥୀ

0

ଇସଲାମାବାଦ : ପାକିସ୍ତାନରେ ଜୁଲାଇ ୨୫ରେ ହେବାକୁ ଥିବା କେନ୍ଦ୍ରୀୟ ଏବଂ ପ୍ରାଦେଶିକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ସମ୍ପତ୍ତି ମୂଲ୍ୟ ୪୩ ହଜାର କୋଟି ଟଙ୍କା ଘୋଷଣା କରିବା ପରେ ଏହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦ୍ରୀୟ ବିଧାନସଭା ଆସନ ପାଇଁ ମହମ୍ମଦ ହୁସେନ ସେଖ୍‍ ନାମକ ଜଣେ ବ୍ୟକ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ପ୍ରାର୍ଥିପତ୍ର ଦାଖଲ ସତ୍ୟପାଠରେ ନିଜର ସମ୍ପତ୍ତି ମୂଲ୍ୟ ୪୩ ହଜାର କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ପାକିସ୍ତାନରେ ପ୍ରାର୍ôଥପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ମହମ୍ମଦ ହୁସେନ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ। ସେଖ୍‍ ନ୍ୟାସନାଲ ଆସେଂବ୍ଲିର ଏନ୍‍ଏ ୧୮୨ ଏବଂ ମୁଜଫରଗଡ଼ସ୍ଥିତ ପଞ୍ଜାବ ବିଧାନସଭାର ପିପି ୨୭୦ ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମୁଜଫରଗଡ଼ର ୪୦% ଜମିର ମାଲିକ ସେ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ମୁଜଫରଗଡ଼ଫରେ ଜମି ମାଲିକାନାକୁ ନେଇ ୮୮ ବର୍ଷ ହେବ ମୋକଦ୍ଦମା ଚାଲିଥିଲା। ନିକଟରେ ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମିୟାଁ ସାକିବ୍‍ ନିସାରଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ସେଖ୍‍ ନିଜ ନାମାଙ୍କନପତ୍ର ସତ୍ୟପାଠରେ ଏହି ବିବାଦୀୟ ଜମିର ମୂଲ୍ୟ ୩୦ରୁ ୪୦ ହଜାର କୋଟି ଟଙ୍କା ମଧ୍ୟରେ ବୋଲି ଦର୍ଶାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପୁଅ ମରିୟମ ନୱାଜ, ପୂର୍ବତନ ପ୍ରଧଶନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପୁଅ ବିଲାୱଲ ଏବଂ ତାଙ୍କ ବାପା ଆସିଫ ଅଲ୍ଲୀ ଜର୍ଦ୍ଦାରି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକା ଥିବା ଘୋଷଣା କରିଛନ୍ତି।

Leave A Reply