ପାକ୍‍ କମେଡ଼ି କିଙ୍ଗ୍‍ଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ଇମ୍ରାନ୍‍ ଖାନ୍‍

ନୂଆଦିଲ୍ଲୀ: ପାକିସ୍ତାନର ଲୋକପ୍ରିୟ ହାସ୍ୟାଭିନେତା ଅମାନୁଲ୍ଲାହ ଖାନଙ୍କର ୭୦ ବର୍ଷ ବୟସରେ ପରଲୋକ ଘଟିଛି। ଶୁକ୍ରବାର ଲାହୋର ସ୍ଥିତ ଡାକ୍ତରଖାନାରେ ଫୁସ୍‍ଫୁସ୍‍ ଓ ବୃକକ୍‍ ଜନିତ ରୋଗ କାରଣରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଇମ୍ରାନ୍‍ କହିଛନ୍ତି, ‘ଅମାନୁଲ୍ଲାହ ପାକିସ୍ତାନର କମେଡ଼ି ଓ ଡ୍ରାମା ଶିଳ୍ପର ଅମୂଲ୍ୟ ସମ୍ପଦ ଥିଲେ। ତାଙ୍କ ମୃତ୍ୟୁ କମେଡ଼ି ଓ ଅଭିନୟ ଦୁନିଆ ପାଇଁ ଏକ ବଡ଼ କ୍ଷତି’।

ଉଲ୍ଲେଖଯୋଗ୍ୟ, ଅମାନୁଲ୍ଲାହ ନିଜ ୪୫ ବର୍ଷର କ୍ୟାରିୟରରେ ଅନେକ ଟିଭି ଶୋ, ଚଳଚ୍ଚିତ୍ର ଓ ପ୍ରାୟ ୨ ହଜାର ନାଟକରେ କାମ କରିଛନ୍ତି। ବକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ତାଙ୍କର ୩ ଜଣ ପତ୍ନୀ ଓ ୧୪ ପିଲା ଅଛନ୍ତି। ନିଜ ଡାଏଲଗ୍‍ ଓ ଅଭିନୟ ମାଧ୍ୟରେ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଏହି ବ୍ୟକ୍ତିତ୍ୱଙ୍କୁ ପାକିସ୍ତାନର କମେଡ଼ି କିଙ୍ଗ୍‍ ଆଖ୍ୟା ଦିଆଯାଇଥିଲା।

Comments are closed.