ପାକ୍ ସୈନ୍ୟଙ୍କ ପୁଣି ଅସ୍ତ୍ରବିରତି ଉଲଙ୍ଘନ

ଶ୍ରୀନଗର : ପାକିସ୍ତାନୀ ସୈନ୍ୟମାନେ ଶନିବାର ପୁଣି ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି। ଜାମ୍ମୁ କାଶ୍ମୀରର ପୁଞ୍ଚ୍‍ ଜିଲ୍ଲା ସ୍ଥିତ ସୀମାନ୍ତ ଇଲାକାର ଆବାସିକ ଅଞ୍ଚଳ ଓ ଆଗୁଆ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ସେମାନେ ପୁନର୍ବାର ଗୁଳିଗୋଳା ବର୍ଷଣ କରିଛନ୍ତି। ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ ଅପରାହ୍ଣରେ ପାକିସ୍ତାନୀ ସୈନ୍ୟମାନେ ପୁଞ୍ଚ୍‍ ଜିଲ୍ଲାର ଦେଗୱାର୍‍ ସେକ୍ଟର ଉପରେ ଆଖିବୁଝା ଗୁଳିଗୋଳା ଓ ମୋଟାର ଆକ୍ରମଣ କରିଥିଲେ। ଅନ୍ୟପକ୍ଷରେ ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଛନ୍ତି। ଦୀର୍ଘ ସମୟ ଧରି ଗୁଳିଗୋଳା ବିନିମୟ ଜାରି ରହିଥିଲା। ତେବେ ପାକିସ୍ତାନର ଗୁଳିଗୋଳା ବର୍ଷଣରେ ଭାରତ ପଟରୁ କୌଣସି କ୍ଷୟକ୍ଷତି ଘଟିଥିବାର ଖବର ମିଳିନାହିଁ।

Comments are closed.