ସ୍ୱୀକାର କଲା ପାକିସ୍ଥାନ, ପୁଲୱାମା ଆକ୍ରମଣ ଥିଲା ଇମ୍ରାନଙ୍କ ବଡ଼ ସଫଳତା (ଦେଖନ୍ତୁ ଭିଡିଓ)

ଆଜି ଯାଏ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନ ଥିବା କହିଆସୁଥିବା ପାକିସ୍ତାନ ଶେଷରେ ନିଜେ ଏଭଳି କରିଥିବା ସ୍ୱୀକାର କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରରେ ମନ୍ତ୍ରୀ ଥିବା ଫୱାଦ ହୁସେନ୍ ସେଠାକାର ସଂସଦରେ ଏହି ଘଟଣା ସ୍ୱୀକାର କରିବା ସହ ପୁଲୱାମା ଆକ୍ରମଣକୁ ଇମ୍ରାନଙ୍କ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ଦ୍ଵିତୀୟ ବାର ସତକଥା ପ୍ରକାଶ କରିଛି।

ଏହାପୂର୍ବରୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ପାକିସ୍ତାନ ସ୍ୱୀକାର କରିଥିଲା ଯେ ଅଭିନନ୍ଦନଙ୍କୁ ଭାରତ ଫେରାଇବା ପର୍ଯ୍ୟନ୍ତ ପାକିସ୍ତାନ ଭୟରେ ଥିଲା। ପାକିସ୍ତାନର ସାଂସଦ ଆୟାଜ ସାଦିକ ତାଙ୍କ ଦେଶର ସଂସଦରେ ପ୍ରକାଶ କରିଛନ୍ତି ଯେ, ଯଦି ଅଭିନନ୍ଦନଙ୍କୁ ମୁକ୍ତ କରା ନ ଯାଏ ତେବେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି।

Comments are closed.