ପାକିସ୍ତାନ ଆମର ଭାଇ: ଜିନ୍‌ପିଙ୍ଗ

ବେଜିଂ :ଚୀନ ଓ ପାକିସ୍ତାନ ପରସ୍ପର ଉତ୍ତମ ସହଯୋଗୀ ଓ ପାକିସ୍ତାନ ଆମର ଭାଇ ବୋଲି କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଉଦ୍ଦେଶ୍ୟରେ ପଠାଇଥିବା ବାର୍ତ୍ତାରେ ଜିନପିଙ୍ଗ ଉଲ୍ଲେଖ କରିଛନ୍ତି ଯେ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଦ୍ବାରା ଦୁଇଦେଶର ସମ୍ପର୍କ ଆହୁରି ଦୃଢିଭୂତ ହେବ। ଜିନପିଙ୍ଗ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ସିପିଇସି ଯାଉଥିବାରୁ ଭାରତ ଏହାକୁ ବିରୋଧ କରୁଛି। ତେବେ ଭାରତର ଏହି ବିରୋଧକୁ ଚୀନ ଗୁରୁତ୍ବ ଦିଏ ନାହିଁ ବୋଲି ଜିନପିଙ୍ଗ କହିଛନ୍ତି।

Comments are closed.