ପାକିସ୍ତାନ ହାଇ କମିସନରଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

0

ଗୋପ : ସୋମବାର ପାକିସ୍ତାନ କମିଶନର ସୋହେଲ ମେହମୁଦ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବାବେଳେ କୋଣାର୍କ ସୂର୍ଯ୍ୟମନ୍ଦିରରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇ ପଡ଼ିଥିଲେ। ଏଭଳି କାରୁକାର୍ଯ୍ୟ ବିଶ୍ୱରେ ବିରଳ ବୋଲି ସୂଚନା ଦେଇଥିଲେ। ପଥରରେ ଶିଳ୍ପୀମାନେ ଜୀବନ୍ତ ଚିତ୍ର ଖୋଦିତ କରିଥିବା ଉପସ୍ଥିତ ଅଧିକାରୀ ଓ ଜନସାଧାରଣମାନଙ୍କୁ କହିବା ସହ ଏହି କାରୁକାର୍ଯ୍ୟ ପ୍ରଶଂସା କରିଥିଲେ। ପାକିସ୍ତାନ କମିଶନର ମେହମୁଦଙ୍କୁ କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ସ୍ୱାଗତ କରିବା ସହ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ବିଭିନ୍ନ ତଥ୍ୟ ରଖିଥିଲେ। ଏହି ଗସ୍ତକୁ ଆଖି ଆଗରେ ରଖି କୋଣାର୍କ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Leave A Reply