ଦାରିଦ୍ର୍ୟତା ଦୂରୀକରଣ ବିଷୟରେ ଚୀନ୍‌ଠାରୁ ଶିଖିବ ପାକିସ୍ତାନ

0

ଇସଲାମାବାଦ୍‌ . – ଏବେ ପାକିସ୍ତାନର ଅର୍ଥାବସ୍ଥା ବିଗିଡିବାରେ ଲାଗିଛି ।   ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଯୋଗୁଁ ଆମେରିକା ପାକିସ୍ତାନରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମନା କରିଦେଇଛି ।  ପାକିସ୍ତାନକୁ ଗୁରୁତର ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ଏହାର  ନିବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଚୀନ ଗସ୍ତ କରିଥିଲେ । ଚୀନ୍‌ ପାକିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ଦେବ । ମାତ୍ର ଏହା ଋଣ ଆକାରରେ ଦେବ ବୋଲି ସୂଚନା ମିଳିଛି ।

ଦାରିଦ୍ର୍ୟତା ଦୂରୀକରଣ  ବିଷୟରେ ପାକିସ୍ତାନ ଚୀନ୍‌ ଠାରୁ ଶିକ୍ଷା ଗ୍ରହଣ କରିବା ବୋଲି ଇମରାନ୍‌ ଖାନ୍‌ ସୂଚନା ଦେଇଛନ୍ତି । ଚୀନ୍‌ରେ ଗତ ୩୦ ବର୍ଷ ମଧ୍ୟରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟତା ସୀମାରେଖାରୁ ଉପରକୁ ଉଠିଛନ୍ତି  ବୋଲେ ସେ ପ୍ରକାଶ କରିଛନ୍ତି । ପାକିସ୍ତାନ ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍‌ ବୋଲି ସେ ଏକ ଆଶ୍ରୟ ଗୃହକୁ ଉଦ୍‌ଘାଟନ କରିବା ଅବସରରେ ପ୍ରକାଶ କରିଛନ୍ତି ।

ଇମରାନ୍‌ ଖୁବ ଶୀଘ୍ର ପାକିସ୍ତାନର ଲୋକଙ୍କୁ ଦାରିବ୍ର୍ୟ ସୀମାରେଖାରୁ ବାହାରକୁ ବାହର କରିବେ ବୋଲି ଦାବି କରିଛନ୍ତି । ଏଥିପାଇଁ ସେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଘୋଷଣା କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply