ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

0

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାରେ ପାକିସ୍ତାନ କିଛିଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏବେ ଅନ୍ତର୍ଜାତୀୟ ସୀମାରେଖାକୁ ଟାର୍ଗେଟ କରିଛି। ପାକ୍‌ ରେଞ୍ଜର୍ସଙ୍କ ପକ୍ଷରୁ କାଠୁଆ ଜିଲାର ହୀରାନଗର ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମାରେ ପ୍ରବଳ ମାତ୍ରାରେ ଗୁଳି ବର୍ଷା କରାଯାଇଛି। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଉଥିବା ସୂଚନା ମିଳିଛି।

ଏହା ପୂର୍ବରୁ ପାକିସ୍ତାନ ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଗତ ରବିବାର ଦିନ ରାତିସାରା ପାକିସ୍ତାନ ପକ୍ଷରୁ ବାଲାକୋଟ ସେକ୍ଟରରେ ମୋର୍ଟାର ମାଡ଼ କରାଯାଇଥିଲା। ଭାରତୀୟ ଯବାନମାନେ ଏହାର ଦୃଢ଼ ଜବାବ ଦେଇଥିଲେ। ଏହା ପୂର୍ବରୁ ଗତ ୨ ତାରିଖରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ଶହୀଦ ହୋଇଥିଲେ। ପୁଞ୍ଚ ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା।

Leave A Reply