ବାଲାକୋଟ୍ ଅଞ୍ଚଳରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, କଡା ଜବାବ ଦେଲା ଭାରତୀୟ ସେନା

ପାକିସ୍ତାନ ସେନା ପକ୍ଷରୁ ଆଜି ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିବା ଜଣାପଡିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଜଣେ ଭାରତୀୟ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ପାକ୍ ସେନା ପକ୍ଷରୁ ଗୁଳି ଚାଳନା ସହ ପୁଞ୍ଚର ବାଲାକୋଟ୍ ଅଞ୍ଚଳରେ ମୋର୍ଟାର ମାଡ଼ କରିଛି। ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଭାରତୀୟ ସେନା ଏହାର କଡା ଜବାବ ଦେଇଛି।

Comments are closed.