୨୦୧୯ ବିଶ୍ବକପ୍‌: ଟିମ୍‌ ଇଣ୍ଡିଆଠାରୁ ଅଧିକ ଫିଟ୍‌ ଅଛି ପାକିସ୍ତାନ ଟିମ୍‌

ନୂଆଦିଲ୍ଲୀ: ଇଂଲଣ୍ଡରେ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ବକପ୍‌-୨୦୧୯ ପାଇଁ ଟିମ୍‌ ଇଣ୍ଡିଆ ସବୁଠାରୁ ବଡ଼ ଦାବିଦାର ମଧ୍ୟରୁ ଅନ୍ୟତମ। ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କ ପ୍ରଦର୍ଶନ ଉନ୍ନତ ରହିଛି ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ସ୍ବୀକାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ବକପ୍‌ ପାଇଁ ଚୟନ ହୋଇଥିବା କୋହଲୀ ବାହିନୀ ସବୁଠାରୁ ଫିଟ୍‌ ଅଛି ବୋଲି କୁହାଯାଉଛି। କିନ୍ତୁ ଫିଟ୍‌ନେସକୁ ବିଚାରକୁ ନିଆଗଲେ ପାକିସ୍ତାନ ଟିମ୍‌ର ଖେଳାଳିମାନେ ଭାରତୀୟ ଖେଳାଳୀଙ୍କୁ ପଛରେ ପକାଇ ଦେଇଛି।

ପାକ୍‌ ଟିମ୍‌ ଫିଟ୍‌ନେସ କୋଚ୍‌ ଗ୍ରାନ ଲୁଡେନ ଆଇସିସି ସହ କଥାବର୍ତ୍ତା ହେବା ସମୟରେ କହିଛନ୍ତି ଯେ, ତାଙ୍କ ଟିମ୍‌ର ଖେଳାଳିମାନେ ପୁରୁଣା ଧାରଣାକୁ ବଦଳାଇ ଦେଇଛନ୍ତି। ବିଶ୍ବକପ୍‌ ପାଇଁ ଚୟନ ହୋଇଥିବା ପାକିସ୍ତାନ ଟିମ୍‌ର ଖେଳାଳିମାନେ ଫିଟନେସ ମାମଲାରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି।

Image courtesy: Aajtak

ସୂଚନାଯୋଗ୍ୟ, କୌଣସି କ୍ରିକେଟ ଟିମ୍‌ର ଫିଟ୍‌ନେସ ୟୋ-ୟୋ ଟେଷ୍ଟରୁ ଜଣାପଡ଼ିଥାଏ। ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ଗ୍ରାନ ଲୁଡେନ କହିଛନ୍ତି, ପାକିସ୍ତାନର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଭାରତର ସିନିୟର ତଥା ‘ଏ’ ଟିମ ପାଇଁ ୟୋ-ୟୋ ଟେଷ୍ଟ ପାସ୍‌ କରିବା ଲାଗି ରହିଥିବା ମାନକ ୧୬:୧ ରହିଛି। କିନ୍ତୁ ପାକିସ୍ତାନ ଟିମ୍‌ ପାଇଁ ଏହି ମାନକ ୧୮:୧ ହୋଇଯାଇଛି, ଯେଉଁଥିରୁ ଜଣାପଡ଼ିଛି ଯେ, ପାକିସ୍ତାନ ଟିମ୍‌ କୋହଲିଙ୍କ ଟିମ୍‌ଠାରୁ ବହୁ ଆଗକୁ ଚାଲିଯାଇଛି। ପାକିସ୍ତାନ କୋଚଙ୍କ କହିବା ଅନୁସାରେ, ପୂର୍ବରୁ ପାକିସ୍ତାନୀ ଖେଳାଳିମାନଙ୍କୁ ୟୋ-ୟୋ ଟେଷ୍ଟରେ ପାସ୍‌ କରିବା ଲାଗି ୧୭:୧ ସ୍କୋର କରିବାକୁ ପଡ଼ୁଥିଲା। ପରେ ଏହା ୧୭:୪ ଏବଂ ବର୍ତ୍ତମାନ ୧୮:୧ ହୋଇଯାଇଛି।

ଭାରତ ଏବଂ ପାକିସ୍ତାନ ଖେଳାଳିମାନଙ୍କ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ, ପାକ୍‌ ଟିମ୍‌ର ୨୬ ବର୍ଷୀୟ ଖେଳାଳି ମହମ୍ମଦ ରିଜୱାନ ୟୋ-ୟୋ ଟେଷ୍ଟରେ ୨୧ ସ୍କୋର ହାସଲ କରିଛନ୍ତି। ସେହିପରି ୨୪ ବର୍ଷୀ ଦ୍ରୁତ ବୋଲର ହସନ ଅଲୀଙ୍କ ସ୍କୋର ୨୦ ରହିଛି। ଅନ୍ୟପଟେ ବିଶ୍ବ କ୍ରିକେଟରେ ୧ନମ୍ବର ବ୍ୟାଟ୍ସମ୍ୟାନ ମାନ୍ୟତା ପାଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀଙ୍କ ୟୋ-ୟୋ ଟେଷ୍ଟ ସ୍କୋର ୧୯ ରହିଛି। କୋହଲୀ ଭାରତୀୟ ଦଳରେ ସବୁଠାରୁ ପିଟ୍‌ ଖେଳାଳି ଭାବେ ଜଣାଶୁଣା।

କେଉଁ ଟିମ୍‌ ପାଇଁ କେତେ ଅଙ୍କ ଦରକାର:-

ୟୋ-ୟୋ ଟେଷ୍ଟ ମାମଲାରେ ଅଷ୍ଟ୍ରେଲିଆ ଖେଳାଳିମାନଙ୍କୁ ସବୁଠାରୁ ଅଧିକ ସ୍କୋର କରିବାକୁ ପଡ଼ିଥାଏ। କାରଣ ଅଷ୍ଟ୍ରେଲିଆରେ ଏହି ଟେଷ୍ଟ ପାଇଁ ୨୦:୧ ଅଙ୍କ ରଖିବା ଜରୁରୀ। ଏହି ଦେଶ ପଛକୁ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ରହିଛି। ଏହି ଟିମଗୁଡ଼ିକର ଖେଳାଳିଙ୍କ ପାଇଁ ୟୋ-ୟୋ ଟେଷ୍ଟ ସ୍କୋର ୧୯ ରଖିବାକୁ ପଡ଼ିଥାଏ। ସେହିପରି ପାକିସ୍ତାନ ପାଇଁ ୧୮:୧ ଅଙ୍କ, ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ ୧୮ ଅଙ୍କ, ଶ୍ରୀଲଙ୍କା ପାଇଁ ୧୭:୪, ଭାରତୀୟ ଖେଳାଳିଙ୍କ ପାଇଁ ୧୬:୧ ଅଙ୍କ ରହିଛି।

Comments are closed.