ଧାରା ୩୭୦ ଉଚ୍ଛେଦ କରି ଭାରତ ନିଆଁ ସହ ଖେଳୁଛି: ପାକ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦ ଉଚ୍ଛେଦ କରିବା ପରେ ବିଚଳିତ ପାକିସ୍ତାନର ଜଣକ ପରେ ଜଣେ ନେତା ଭାରତ ବିରୋଧୀ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ବର୍ତ୍ତମାନ ପାକିସ୍ତାନର ରାଷ୍ଟ୍ରପତି ଆରଫ ଆଲଭି ଚେତାବନୀ ଦେଇ କହିଛନ୍ତି, ଭାରତ ଧାରା ୩୭୦ ଉଚ୍ଛେଦ କରି ନିଆଁ ସହିତ ଖେଳୁଛି। ସେହି ନିଆଁ ଭାରତର ଧର୍ମ ନିରପେକ୍ଷତାକୁ ପୋଡ଼ି ପାଉଁଶ କରିଦେବ। ଶନିବାର ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି।

ପାକିସ୍ତାନର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆରିଫ ଆଲଭି କହିଛନ୍ତି, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ନରେନ୍ଦ୍ର ମୋଦୀ ସରକାର ଯଦି ଭାବୁଛି କାଶ୍ମୀର ସ୍ଥିତିରେ ଉନ୍ନତି ଆଣିପାରିବ, ତେବେ ମୋଦୀ ସରକାର ବୋକାମାନଙ୍କ ସ୍ବର୍ଗରେ ବାସ କରୁଛି। ଭାରତର ଏହି ପଦକ୍ଷେପ ଆତଙ୍କବାଦଙ୍କୁ ଉତ୍ସାହିତ କରିଛି। କିନ୍ତୁ ଭାରତ ମାଟିକୁ ଆତଙ୍କବାଦୀଙ୍କୁ ପଠାଇବା ପଛରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Comments are closed.