ପାକ ହାଇକମିଶନରକୁ କଡା କୂଟନୈତିକ ଚେତାବନୀ ଜାରି

0

ନୂଆଦିଲ୍ଲୀ: ବୈଦେଶିକ ସଚିବ ବିଜୟ ଗୋଖଲେ ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରକୁ ଡକାଇ ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣାରେ କଡା କୂଟନୈତିକ ଚେତାବନୀ ଜାରି କରିଛନ୍ତି। ଶ୍ରୀ ଗୋଖଲେ ପାକିସ୍ତାନର ହାଇକମିଶନରଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଡକାଇ ପାକିସ୍ତାନକୁ ଶୀଘ୍ର ଜୈ ସେ- ମହମ୍ମଦ ସନ୍ତ୍ରାସବାଦୀ ସଂଗଠନ ବିରୁଦ୍ଧରେ ପଦକ୍ଷେପ ନେବାକୁ କହିଛନ୍ତି। ଆକ୍ରମଣ ସଂକ୍ରାନ୍ତରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ବିବୃତିକୁ ବୈଦେଶିକ ସଚିବ ବିଜୟ ଗୋଖଲେ ପ୍ରତ୍ୟାଖ୍ୟାନ କରିଛନ୍ତି।

Leave A Reply