ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା  ପାକିସ୍ତାନ

ନୂଆଦିଲ୍ଲୀ . – ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ହଡ ବଡଇ ଯାଇଛି । ପାକିସ୍ତାନ ନେତା ବିବାଦୀୟ ବୟାନ ଦେବାରେ ବ୍ୟସ୍ତ । ଏହାପରେ ପାକିସ୍ତାନ ଭାରତ ସହ କୂଟ ନୈତିକ ଓ ବାଣିଜିକ୍ୟ ସମ୍ପର୍କ ଛିନ୍ନ କରିଛି । ଏହା ପାକିସ୍ତାନ ପାଇଁ ଆତ୍ମହତ୍ୟା ସଦୃଶ । ପାକିସ୍ତାନରେ ଏବେ ଖାଦ୍ୟଦର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଓ୍ୱାଘା ସୀମା ପାକିସ୍ତାନ ବନ୍ଦ କରିଦେଇଛି । ପାକିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ସମିତିର ବୈଠକ ପରେ ପାକିସ୍ତାନ ଏହି ନିଷ୍ପତ୍ତି ଗ୍ରହଣ କରିଛି ।

କାଶ୍ମୀର ମାମଲାକୁ ପୁଣି ମିଳିତ ଜାତିସଂଘକୁ ନେବ ବୋଲି ପାକିସ୍ତାନ କହିଛି । ଏହା ସହ ଭାରତୀୟ ଦୂତାବାସକୁ ବନ୍ଦ କରିବା ସହ , ନୂଆଦିଲ୍ଲୀରୁ ନିଜ ଦୂତାବାସ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି । ଚଳିତମାସରେ ପାକିସ୍ତାନର ନୂଆ ରାଷ୍ଟ୍ରଦୂତ ନୂଆଦିଲ୍ଲୀର ଦାୟିତ୍ୱ ଗ୍ରହଣ କରିବାର ଥିଲେ । ତାଙ୍କୁ ଆଉ ଭାରତକୁ ପଠାଯିବ ନାହିଁ ବୋଲି ପାକିସ୍ତାନ କହିଛି। ଏବେ ଦାରିଦ୍ର୍ୟତା ଭିତରେ ପାକିସ୍ତାନ ଗତି କରୁଥିବା ଓ ବିଭିନ୍ନ ଦେଶ ଏବଂ ଅନ୍ତର୍ଜାତିୟ ସଂସ୍ଥାଙ୍କ ଠାରୁ ଆର୍ଥିକ ସହାୟତା ମାଗୁଥିବା ପାକିସ୍ତାନ ନିଜର ମୁହଁ ଟାଣ ଛାଡୁ ନାହିଁ । ବିଭିନ୍ନ ସ୍ତରରେ କୂଟନୈତିକ ହାର ପରେ ବି କାଶ୍ମୀରରେ ଅସ୍ଥରିତା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ନିଜ ଦେଶରେ ଆତଙ୍କବାଦୀ ତାଲିମ୍‌ ଦେଉଛି । ଏବେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ହଡବଡେଇ ଯାଇଛି ।

Comments are closed.