ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ସମନ

0

ଇସଲାମାବାଦ : ବେଆଇନ ଅର୍ଥ କାରବାର ଓ ଜାଲ୍‍ ବ୍ୟାଙ୍କ ଆକାଉଣ୍ଟ ମାମଲାରେ ପାକିସ୍ତାନ ସଙ୍ଘୀୟ ତଦନ୍ତ ଏଜେନ୍ସି (ଏଫଆଇଏ) ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲି ଜର୍ଦ୍ଦାରୀ ଓ ତାଙ୍କ ଭଉଣୀ ଫାରୟାଲ ତାଲପୁରଙ୍କୁ ସମନ ଜାରି କରିଛି। ୩୫୦୦କୋଟି ଟଙ୍କାର ଜାଲିଆତି ମାମଲାରେ ସୁପ୍ରିମକୋର୍ଟ ଜର୍ଦ୍ଦାରୀ ଓ ତାଲପୁରଙ୍କୁ ଗତମାସରେ ଅଭିଯୁକ୍ତ ଦର୍ଶାଇଥିଲେ। ଏଫଆଇଏ ଚତୁର୍ଥ ଥର ପାଇଁ ଜର୍ଦ୍ଦାରୀଙ୍କୁ ସମନ ଜାରି କରିଛି। ଜାଲ ବ୍ୟାଙ୍କ ଆକାଉଣ୍ଟ ମାମଲାରେ ସବିଶେଷ ରିପୋର୍ଟ ଦେବା ଲାଗି ସୁପ୍ରିମକୋର୍ଟ ଏଫଆଇଏକୁ ନିର୍ଦେଶ ଦେଇଛନ୍ତି।

Leave A Reply